ବନ୍ଦ କରନ୍ତୁ

ଭିତର କନିକା

ନିର୍ଦ୍ଦେଶ

ଭିତରକନିକା:-

ଭଞ୍ଜ ରାଜବଂଶ ଦ୍ଵାରା ତ୍ରୟୋଦଶ ଶତାବ୍ଦୀରୁ ଶାସିତ ପ୍ରାଚୀନ କନିକା ରାଜ୍ୟର ରିଘାଗଡ ଓ କଳଦ୍ଵୀପଗଡ ମଧ୍ୟସ୍ଥ ୧୪୫ ବର୍ଗମାଇଲି ପରିମିତ ସାମୁଦ୍ରିକ ଲୁଣା ଜଙ୍ଗଲକୁ ଭିତରକନିକା ଜଙ୍ଗଲ ବୋଲି କୁହାଯାଏ । ଏହା ୮୬ °୪୫’ ଠାରୁ ୮୭°୦୩’ ପୂର୍ବ ଅକ୍ଷାଂଶ ଓ ୨୦°୩୦’ ଠାରୁ ୨୦°୪୮’ ଉତ୍ତର ଦ୍ରାଘିମା ମଧ୍ୟରେ ଅବସ୍ଥିତ ହୋଇଅଛି । ଏହା ୧୯୫୭ ରେ ଆଠଗଡ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରଯାଇଥିଲା । ତେବେ ଭାରତୀୟ ଜଙ୍ଗଲ ସଂରକ୍ଷଣ ଆଇନ ୧୯୨୭ର ୨୯ ଧାରା ଅନୁଯାୟୀ ଯେଉଁ ଆଇନ ସରକାରୀ ନୋଟିସ ନମ୍ବର ୩୩୨୩୩ ,୪ ଅକ୍ଟୋବର ୧୯୬୧ ରେ ପ୍ରକାଶିତ ତା ୨୨-୦୪-୧୯୭୫ ମସିହାରେ ଏହାକୁ ଅଭୟାରଣ୍ୟ ଭାବରେ ଘୋଷଣା କରାଯିବ ସହିତ ଏହି ଜଙ୍ଗଲକୁ ରାଜନଗର ଜଙ୍ଗଲ ବିଭାଗ କାର୍ତୁତ୍ୱରେ ରଖାଯାଇଅଛି (ଓଡିଶା ଗେଜେଟ,ମେ ୩୦ ,୧୯୭୫ ମସିହାରେ ପ୍ରକାଶିତ)। ୧୯୮୮ ମସିହା ଅକ୍ଟୋବରମାସ ୩ ତାରିଖରେ ନଂ ୮ ଏଫ୍ ୫୩/୮୮ ,୨୨୯୦୪/ଏଫ୍,ଏଫ୍,ଏ,ଏଚ୍ ଅନୁଯାୟୀ ଓଡିଶା ସରକାରଙ୍କ ତରଫରୁ ପିକେ ମହାନ୍ତି ସରକାରୀ ସଚିବ ଏହି ଅଭୟାରଣ୍ୟ କୁ ‘’ଜାତୀୟ ଉଦ୍ୟାନ‘’ ଭାବେ ଘୋଷଣା କରିଥିଲେ । ଭିତରକନିକା ଜଙ୍ଗଲ କହିଲେ ,ତହି ମଧ୍ୟରେ ରହିଛି ଭିତରକନିକା ,ଡାଙ୍ଗମାଳ ଓ ଗହୀରମଥା ପରି ବିସ୍ତୃତ ସାମୁଦ୍ରିକ ଜଙ୍ଗଲ ଅଞ୍ଚଳ । ଗହୀରମଥା ହେଉଛି ସମଗ୍ର ପୃଥିବୀରେ ଅଲିଭରିଡେଲ କଇଁଛଙ୍କ ଏନ୍ତୁଡିଶାଳ। ଏହା କେନ୍ଦ୍ରାପଡା ଜିଲ୍ଲାର ୮୬°୪୫’୫୭’ ରୁ ୮୭°୧୭’୩୬’ ପୂର୍ବ ଅକ୍ଷାଂଶଠାରୁ ୨୦°୧୭’୩୨’ରୁ ୨୦°୪୬’୫୮’ ଉତ୍ତର ଦ୍ରାଘିମା ମଧ୍ୟରେ ଅବସ୍ଥିତ । ସରକାରୀ ନୋଟିସ ନଂ ୧୮୮୦୫ ଏଫ୍ ଆଣ୍ଡ ଇ ତାରିଖ ୨୭.୦୯.୧୯୯୭ ରେ କଇଁଛ ମାନଙ୍କ ଅଭୟ ଆଶ୍ରୟସ୍ଥଳି ଭାବେ ଘୋଷଣା କରଯାଇଥିଲା । ଏହାର ସମସ୍ତ ଅଞ୍ଚଳ ହେଉଛି ୧୪୩୫ ବର୍ଗ ଏଥିରୁ ମଧ୍ୟରୁ ୧୪୦୫ ସାମୁଦ୍ରିକ ଅଞ୍ଚଳ ଓ ୨୭ ବର୍ଗ କି॰ମି ହେଉଛି ସଂରକ୍ଷିତ ଜଙ୍ଗଲ,କାଦୁଅ ମାଟି ଓ ବାଲିପୁର୍ଣ୍ଣ ଅଞ୍ଚଳ । କୁମ୍ଭୀର ପ୍ରଜଜ୍ଜନ ଅଞ୍ଚଳ ଭାବରେ ଭିତରକନିକା ସମଗ୍ର ପୃଥିବୀରେ ପରିଚିତ,ପ୍ରଥମେ ୧୯୭୫ ମସିହା ଡକ୍ଟର ଏଇଚ୍,ଆର,ବଷ୍ଟାଡି ନାମକ ଜଣେ ଗୋରା ସାହେବ ବିଲୁପ୍ତ ବଉଳାକୁମ୍ଭୀର ସଂରକ୍ଷଣ କରିବାପାଇଁ ଏଠାରେ ଯୋଜୋନ ଆରମ୍ଭ କରିଥିଲେ । ଭିତରକନିକା ଅଞ୍ଚଳ ଅନ୍ତର୍ଗତ କାଳିଭଞ୍ଜଡିଆ ଅଞ୍ଚଳରୁ ସଂଗୃହୀତ କୁମ୍ଭୀର ଅଣ୍ଡାରୁ କୃତ୍ରିମ ପ୍ରଣାଳୀରେ ୧୯୭୫ ମସିହା ଅଗଷ୍ଟ ମାସରେ ଜନ୍ମ ନେଇଥିଲା ସମଗ୍ର ପୃଥିବୀର ବଉଳା ଧଳା କୁମ୍ଭୀର”ଗୋରୀ”,ପ୍ରଥମେ ଏହି କୁମ୍ଭୀରକୁ ଗବେଷକ ସୁଧାକର କର ଓ ଡଃ ବଷ୍ଟର୍ଡ ଚିହ୍ନିଥିଲେ ଓ ଅବସରପ୍ରାପ୍ତ ରାଜସ୍ୱ ପର୍ଷଦ ଶ୍ରୀ ବିଘ୍ନରାଜ ପଟେଲ୍ ଏହାର ନାମ ଦେଇଥିଲେ “ଗୋରୀ”,୧୯୮୪ ମସିହାରେ ଏହାକୁ ଏକ ଆବଦ୍ଧ ପୁଷ୍କରିଣୀରେ ଛାଡିଦିଆଯାଇଥିଲା ।

ଭିତରକନିକା ଜଙ୍ଗଲରେ ରହିଛି ୬୩ ରକମର ବୃକ୍ଷ ଓ ୧୬୬ କିସମର ପକ୍ଷୀଙ୍କର ନିବାସସ୍ଥଳୀ। ଭିତରକନିକା ଅଞ୍ଚଳରୁ ୧୬ କିସମର ମାଛ ଓ ୮ ପ୍ରଜାତିର କଙ୍କଡା ମିଳିଥାଆନ୍ତି । ଜଙ୍ଗଲ ମଧ୍ୟରେ ୧୪ ପ୍ରକାର ପଶୁ ବସବାସ କରୁଥିଲା ବେଳେ ହରିଣ ମାନଙ୍କର ସଂଖ୍ୟା ସର୍ବାଧିକ ।

ଜିଲ୍ଲା ଦପ୍ତରରୁ ଏହାର ଦୂରତା ୬୫ କି.ମି,କଟକରୁ ୧୨୫ କି.ମି ଭୁବନେଶ୍ଵରଠାରୁ ୧୪୫ କି.ମିଓ ରାଜନଗର ଠାରୁ ୩୦ କିଲୋମିଟର ଅଟେ । ତେବେ ଗୁଫି ନିକଟରୁ ଲଞ୍ଚ ଯୋଗେ ପାଟଶାଳା ନଦୀ ଦେଇ ଗହୀରମଥା ଓ ଭିତରକନିକା ଅଭୟାରଣ୍ୟକୁ ସହଜରେ ଯାଇହେବ। ସରକାରୀ ରିପୋର୍ଟ ଅନୁଯାୟୀ ୨୦୧୩-୧୪ ମସିହାରେ ୧୬୯ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହିତ ଦେଶୀୟ ମୋଟ୍ ୫୫,୪୦୫ ଜଣ ଏହାକୁ ଭ୍ରମଣ କରିଥିଲେ ।

ଫଟୋ ଗ୍ୟାଲେରୀ

  • ଭିତର କନିକା ରେ ପ୍ରବାସୀ ପକ୍ଷୀ
  • ହରିଣ
  • ବନ୍ୟ ଜୀବ

କିଭଳି ପହଁଞ୍ଚିବେ:

ବିମାନ ମାର୍ଗରେ

ନିକଟବର୍ତ୍ତୀ ବିମାନ ଘାଟି ଭୁବନେଶ୍ବର ୧୫୫ କି ମି

ରେଳଗାଡ଼ିରେ

ନିକଟବର୍ତ୍ତୀ ରେଳ ଷ୍ଟେସନ କଟକ ୧୩୫ କି ମି

ସଡ଼କ ପଥରେ

କେନ୍ଦ୍ରାପଡ଼ା ରୁ ଦୂରତା ୬୫ କି ମି