ବନ୍ଦ କରନ୍ତୁ

ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ

ଭୂ-ରାଜସ୍ୱ କ୍ଷେତ୍ରରେ ଇ-ଗଭର୍ଣ୍ଣାନ୍ସ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ତିନୋଟି ନିୟମ ଯଥା ; ଦଳବଦ୍ଧ କାର୍ଯ୍ୟ, ପ୍ରଯୁକ୍ତି ଏବଂ ସ୍ଵଚ୍ଛତାକୁ ଅନୁସରଣ କରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ, ଓଡିଶା ସରକାର ବିଭିନ୍ନ ପଦକ୍ଷେପ ନେଇଅଛନ୍ତି । ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ବିଭିନ୍ନ ତଥ୍ୟର ସୂଚାରୁ ପରିଚାଳନା ହେବାରେ ସାହାଯ୍ୟ କରିପାରିବ ଏବଂ ଜନସାଧାରଣ ମଧ୍ୟ ସେମାନଙ୍କର ନିଜର ରେକର୍ଡକୁ ନିଜେ ମଧ୍ୟ ଦୃଶ୍ୟ କରିପାରିବେ ।

ଏହି ଉପରୋକ୍ତ ତିନି ନିୟମକୁ ପାଳନ କରିବା ନିମନ୍ତେ, ନିମ୍ମଲିଖିତ ଇ-ଗଭର୍ଣ୍ଣାନ୍ସ ପଦେକ୍ଷେପମାନ ଓଡିଶା ସରକାର ଏବଂ ଆମ ଜିଲ୍ଲା ଦ୍ଵାରା ଭୂ-ରାଜସ୍ୱ କ୍ଷେତ୍ରରେ ପ୍ରୟୋଗ କରାଯାଇଅଛି ।

ଇ-ମ୍ୟୁଟେସନ/ଅନଲାଇନ ଦାଖଲ ଖାରଜ ବ୍ୟବସ୍ଥା

ଇ-ମ୍ୟୁଟେସନ ବା ଲ୍ୟାଣ୍ଡ ରେକର୍ଡ ମ୍ୟାନେଜମେଣ୍ଟ ସିଷ୍ଟମ ଏକ ଅନ ଲାଇନ ଦାଖଲ ଖାରଜ ବ୍ୟବସ୍ଥା, ଅନଲାଇନରେ ପଟ୍ଟା ସଂଶୋଧନ କରିବା ପାଇଁ ଏହା ଏକ ଅଭିନବ ବ୍ୟବସ୍ଥା । ଏଇଥି ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ୯ଟି ତହସିଲକୁ ୨ ଏମ.ବି.ପି.ଏସ. ଡାଟା କେବୁଲ ମାଧ୍ୟମରେ ସଂଯୋଗ କରାଯାଇଅଛି । ସମସ୍ତ ତହସିଲରେ ଅନଲାଇନ ମ୍ୟୁଟେସନ ବା ଦାଖଲ ଖାରଜ ବ୍ୟବସ୍ଥା ପ୍ରୟୋଗ ହୋଇଯାଇଅଛି । ଏହି ବ୍ୟବସ୍ଥା ଦ୍ଵାରା ସ୍ଵଚ୍ଛତା ଏବଂ ଶୂନ୍ୟ ବକେୟା ହାସଲ କରାଯାଇପାରିବ ।

ଡାଇନାମିକ ୱେବ ଇନ୍ଫର୍ମେସନ ସିଷ୍ଟମ ଅଫ ତହସିଲ

ଏହି ବ୍ୟବସ୍ଥା ମାଧ୍ୟମରେ ତହସିଲର ସମସ୍ତ ତଥ୍ୟ ଜନସାଧାରଣଙ୍କ ପାଖରେ ଉପଲବ୍ଧ ହୋଇପାରିବ ।କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ତହସିଲର ନିଜସ୍ଵ ୱେବସାଇଟ ଅଛି । ତହସିଲଦାରମାନେ ସେମାନଙ୍କର ଇ-ମେଲ ଆଇ.ଡି.କୁ ପ୍ରୟୋଗ କରି ସମସ୍ତ ତଥ୍ୟ ଏହା ମାଧ୍ୟମରେ ପ୍ରଦାନ କରୁଅଛନ୍ତି । ବର୍ତ୍ତମାନ ଏହି ବ୍ୟବସ୍ଥା ମାଧ୍ୟମରେ ସମସ୍ତ ତହସିଲ ଅବସ୍ଥିତ, ଦର୍ଶନୀୟ ସ୍ଥାନ, ତହସିଲଦାରମାନଙ୍କର ଯୋଗାଯୋଗର ବିବରଣୀ, ତହସିଲର ସଫଳତା ଏବଂ ସୂଚନା ଅଧିକାରର ସମସ୍ତ ତଥ୍ୟ ଉପଲବ୍ଧ ହେଉଛି । ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ରାଜସ୍ୱ ନିରୀକ୍ଷକମାନଙ୍କର ବିଭିନ୍ନ ମାମଲାର ବିବରଣୀ ମଧ୍ୟ ଏହି ବ୍ୟବସ୍ଥାରେ ଉପଲବ୍ଧ ଅଛି ।