ସୂଚନା ଓ ଲୋକ ସମ୍ପର୍କ
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବିବରଣୀ ,କେନ୍ଦ୍ରାପଡା ଜିଲ୍ଲା
ବିଭାଗର ନାମ :ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ,ଓଡିଶା,ଭୁବନେଶ୍ଵର
ଜିଲ୍ଲା କାର୍ଯ୍ୟାଳୟ ଠିକଣା ଏବଂ ଯୋଗା ଯୋଗ
ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦ୍ରାପଡ଼ା
ଦୁରଭାଷା-୦୬୭୨୭-୨୨୦୪୯୭
ଇ ମେଲ – diprokendrapara@gmail[dot]com
ବିଭାଗର ମୂଳ ଲକ୍ଷ :-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ,କେନ୍ଦ୍ରାପଡ଼ା ସାଧାରଣ ଲୋକ ଏବଂ ପ୍ରଶାସନ ମଧ୍ୟରେ ଏକ ସେତୁଭଳି କାର୍ଯ୍ୟକରେ । ସରକାରଙ୍କ ଦ୍ଵାରା ନିଆଯାଉଥିବା ବିଭିନ୍ନ ଯୋଜନା ଏବଂ କାର୍ଯ୍ୟ ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ଏବଂ ଜନ ସାଧାରଣଙ୍କର ସହଭାଗୀତା ଦ୍ଵାରା କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ କରାଇବା ଉକ୍ତ ବିଭାଗର ମୂଳ ଲକ୍ଷ୍ୟ ।
ବିଭିନ୍ନ କାର୍ଯ୍ୟକ୍ରମ :-
ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଗୁଡିକର ପ୍ରେସ ରିଲିଜ୍ ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେବା ଏବଂ ବିଭିନ୍ନ ଜାତୀୟ ଦିବସ ଯଥା-ସ୍ଵାଧୀନତା ଦିବସ,ସାଧାରଣତନ୍ତ୍ର ଦିବସ,ଓଡିଶା ଦିବସ ଏବଂ ପ୍ରମୁଖ ବ୍ୟକ୍ତିତ୍ଵଙ୍କର ଜୟନ୍ତୀ ପାଳନ,ଗଜଲକ୍ଷ୍ମୀ ପୂଜା,ଶ୍ରୀ ବଳଦେବ ଜୀଉଙ୍କ ରଥଯାତ୍ରା,ଜିଲ୍ଲା ସ୍ତରୀୟ ଉତ୍ସବ ଓ ବିଭିନ୍ନ ପର୍ବ ପର୍ବାଣୀର ସୂଚନା କେନ୍ଦ୍ର ଓ ପ୍ରଦର୍ଶନୀ ମଣ୍ଡପ ଖୋଲିବା ସହ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଓ ଜନହିତକର ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପାଲା,ଦାସ କାଠିଆ ଓ ଘୋଡା ନାଚ ଆଦି ଜନସୂଚନା ଓ ଯୋଗା ଯୋଗ କାର୍ଯ୍ୟ ଏହି ବିଭାଗର କାର୍ଯ୍ୟକ୍ରମ ଅନ୍ତର୍ଗତ ।
ପୁନଶ୍ଚ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଜରୁରୀକାଳୀନ ପରିସ୍ଥିତି ଯଥା- ପ୍ରକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରାଇବା ମଧ୍ୟ ଏହି ବିଭାଗର କାର୍ଯ୍ୟକ୍ରମ ଅନ୍ତର୍ଗତ । ଜିଲ୍ଲା ସମ୍ବନ୍ଧରେ ବିଭିନ୍ନ କାଗଜରେ ପ୍ରକାଶିତ ହେଉଥିବା ସମ୍ବାଦ ଗୁଡିକ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ନେବା,ସୂଚନା ଅଧିକାର ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ସଠିକ କାର୍ଯ୍ୟକାରିତ ପ୍ରତି ମଧ୍ୟ ଧ୍ୟାନ ଦେବା ଏହି ବିଭାଗର ଲକ୍ଷ୍ୟ ।
ସଂସ୍ଥାଗତ ଗଠନ:-
ବିଗତ ୧୯୮୯ ମସିହାରୁ କେନ୍ଦ୍ରାପଡା ଠାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ଏକ ସ୍ଵତନ୍ତ୍ର କାର୍ଯ୍ୟାଳୟ ଖୋଲାଯାଇ ଜଣେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି । ଏହି କାର୍ଯ୍ୟାଳୟରେ ଜଣେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ଜଣେ ପ୍ରକ୍ଷେପକ,ଜଣେ ବରିଷ୍ଠ କିରାଣୀ(ଡେପୁଟେସନ),ଜଣେ କନିଷ୍ଠ କ୍ଷିପ୍ର ଲେଖକ,ଜଣେ କନିଷ୍ଠ ଭଣ୍ଡାର ରକ୍ଷକ,ଜଣେ ଗାଡି ଚାଳକ ଏବଂ ୨ ଜଣ ଗ୍ରୁପ “ଡି”କର୍ମଚାରୀ ସରକାରୀ କାର୍ଯ୍ୟରେ ସହାୟତା ନିମନ୍ତେ ଅବସ୍ଥାପିତ ହୋଇଛନ୍ତି । ଜିଲ୍ଲା ସଦର ମହକୁମା କେନ୍ଦ୍ରାପଡା ଠାରେ ଗୋଟିଏ ସୂଚନା କେନ୍ଦ୍ର ଓ ପାଠାଗାର ଖୋଲାଯାଇ ଜନସାଧାରଣଙ୍କୁବିଭିନ୍ନ ସମ୍ବାଦପତ୍ର ଏବଂ ସାମାଜିକ ଓ ଉପାଦେୟ ପୁସ୍ତକ ପଠନ ନିମନ୍ତେ ଯୋଗାଇ ଦିଆଯାଇଛି । ଏହି ସୂଚନା କେନ୍ଦ୍ର ଓ ପାଠାଗାର ପରିଚାଳନା ପାଇଁ ଜଣେ ଲାଇବ୍ରେରିଆନ ଓ ୨ ଜଣ ଗ୍ରୁପ ଡି କର୍ମଚାରୀ ନିୟୋଜିତ ଅଛନ୍ତି ।
କ୍ରମିକ ସଂଖ୍ୟା | ପଦବୀ | ପଦବୀ ସଂଖ୍ୟା |
---|---|---|
୧ | ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ୧ |
୨ | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ୧ |
୩ | ପ୍ରକ୍ଷେପକ | ୧ |
୪ | ବାରିଷ୍ଠ କିରାଣୀ | ୧ |
୫ | କନିଷ୍ଠ କ୍ଷିପ୍ର ଲେଖକ | ୧ |
୬ | କନିଷ୍ଠ ଭଣ୍ଡାର ରକ୍ଷକ | ୧ |
୭ | କିରାଣୀ ତଥା ଗ୍ରନ୍ଥାଗାରିକ | ୧ |
୮ | ଗାଡି ଚାଳକ | ୧ |
୯ | ଅଫିସ ପିୟନ(ଗ୍ରୁପ-ଡି) | ୧ |
୧୦ | ଲିଟ୍ରେଟ ପିଅନ(ଲାଇବ୍ରେରୀ) | ୧ |
୧୧ | ରାତ୍ର ଜଗୁଆଳ ତଥା ଝାଡୁଦାର(ଲାଇବ୍ରେରୀ) | ୧ |
୧୨ | ରାତ୍ର ଜଗୁଆଳ ତଥା ଝାଡୁଦାର(ଅଫିସ) | ୧ |